Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ଆଜାଦି କା ଅମୃତ ମହୋତ୍ସବ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ଆଜାଦି କା ଅମୃତ ମହୋତ୍ସବ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଗାନ୍ଧୀନଗର,ଏଜେନ୍ସି: ୨୦୨୨ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ସାବରମତୀ ଆଶ୍ରମକୁ ଯାଇ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ପୂର୍ବରୁ ମୋଦୀ ଆଶ୍ରମ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।

ଆଜି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି କି, ଆଜି ସକାଳେ ଯେତେବେଳେ ମୁଁ ଦିଲ୍ଲୀରୁ ବାହାରିଲି, ବହୁତ ଅଦ୍ଭୁତ ଘଟଣା ଘଟିଲା। ଅମୃତ ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଅମୃତ ବର୍ଷା ହୋଇଛି ଓ ବରୁଣ ଦେବ ଆର୍ଶିବାଦ ଦେଇଛନ୍ତି। ଏହି ଅମୃତ ମହୋତ୍ସବ ଅଗଷ୍ଟ ୧୫, ୨୦୨୨ ପର୍ଯ୍ୟନ୍ତ ଚାଲିବ। ଏନେଇ ୭୫ ସପ୍ତାହ ପୂର୍ବରୁ ଏହି ମହୋତ୍ସବର ଆରମ୍ଭ ହୋଇଛି।

ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, କୌଣସି ରାଷ୍ଟ୍ରର ଭବିଷ୍ୟତ ସେତେବେଳେ ଉଜ୍ଜ୍ୱଳ ହେବ, ଯେତେବେଳେ ସେ ନିଜ ଅତୀତକୁ ଅନୁଭବ କରିବ ଓ ପୂର୍ବ ଗୌରବମୟ ସମୟ ସହିତ ଯୋଡି ହେବ। ତେବେ ଭାରତ ନିକଟରେ ଗର୍ବ ଅନୁଭବ କରିବା ପାଇଁ ଅସୀମ ଭଣ୍ଡାର ଓ ସମୃଦ୍ଧ ଇତିହାସ ରହିଛି। ଅନ୍ୟପଟେ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ସାବରମତୀ ଆଶ୍ରମରୁ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ଏହି ସତ୍ୟାଗ୍ରହ ଆଜିକୁ ୯୧ ବର୍ଷ ପୁରୁଛି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଆମ ଏଠି ଲୁଣର ମାନେ ହେଉଛି, ବିଶ୍ୱାସ ଓ ଭରସା। ଆମେ ଆଜି ବି କହୁଛୁ କି ଆମେ ଦେଶର ଲୁଣ ଖାଇଛୁ। କାରଣ ଲୁଣ ଆମ ଏଠି ଶ୍ରମ ଓ ସମାନତାର ପ୍ରତୀକ ଅଟେ।

ଏହା ପରେ ଶ୍ରୀ ମୋଦୀ ସାବରମତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।