ବୁର୍ଲା ଭୀମସାରରେ ପୁଣି ରାଗିଂ, ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରୁମରେ ପଶି ମାଡ ମାରିଲେ ଚତୁର୍ଥ ବର୍ଷ ଛାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ରାଗିଂ ଅଭିଯୋଗ। ଦୁଇ ବର୍ଷ ପୂର୍ବେ ଭିସୁଟ ରାଗିଂ ମନରୁ ଲିଭି ନଥିବା ବେଳେ ବୁର୍ଲା ଭୀମସାର ରାଗିଂ ସମସ୍ତଙ୍କୁ ଚକିତ କରିଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ ହେବା ପରେ ଆଣ୍ଟି ରାଗିଂ ସେଲ୍ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଏମବିବିଏସ ଚତୁର୍ଥ ବର୍ଷ ଛାତ୍ର ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରୁଥିଲେ। ଫଳରେ ଦ୍ୱିତୀୟ ବର୍ଷ ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କର୍ତ୍ତୃପକ୍ଷକୁ କ’ଣ ପାଇଁ ଜଣାଇଲେ କହି ବୁଧବାର ବିଳମ୍ବିତ ରାତିରେ ୪ର୍ଥ ବର୍ଷର କେତେକ ଛାତ୍ର ଛାତ୍ରାବାସର ୪ ଓ ୬ ନମ୍ବର ରୁମକୁ ପଶି ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ତେବେ ଘଟଣା ସମ୍ପର୍କରେ ପୁଣି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାରୁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଭୀମସାର ଅଧ୍ୟକ୍ଷ ଡ. ଜୟଶ୍ରୀ ଦୋରା।