ରେଳ ଲାଇନ୍ ବିଦ୍ୟୁତ୍ ଖୁଂଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଟପାଡ଼,ଏନ୍ଏନ୍ଏସ୍: କୋତାବାଲସା-କିରଣ୍ଡୁଲ୍ ରେଳଲାଇନର କୋଟପାଡ଼ ଥାନା ଡଙ୍ଗରିଗୁଡ଼ା ନିକଟସ୍ଥ ଏକ ବିଦ୍ୟୁତ୍ ଖୁଂଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି କୋଟପାଡ଼ ବ୍ଲକ୍ ଏସ୍ ନୂଆଗାଂ ପଞ୍ଚାୟତ ଡଙ୍ଗରିଗୁଡ଼ା ଗ୍ରାମର କୃଷ୍ନ ଅମାନତ୍ୟଙ୍କ ପୁଅ ବନବାସୀ ଅମାନତ୍ୟ(୧୭)ର ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ବନବାସୀ ଗୁରୁବାର ଦେଓର୍ଲି ଗ୍ରାମକୁ ଯାଇ ଆଉ ଘରକୁ ଫେରିନଥିଲେ। ପରେ ପରିବାର ଲୋକ ଖୋଜାଖୋଜି କରିବାବେଳେ ରେଳ ଲାଇନର ବିଦ୍ୟୁତ୍ ଖୁଂଟରେ ବନବାସୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। କୋଟପାଡ଼ ଥାନା ପୁଲିସ୍ ଓ କୋରାପୁଟରୁ ଜିଆରପି ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ।