ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଏକ ସପ୍ତାହ ଧରି ୧୩ ଟିକିଆ ହାତୀପଲ ଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଅମଳ ପାଇଁ ରଖା ଯାଇଥିବା ଶହଶହ ଧାନ ବିଡା ଖାଇଦେଉଛନ୍ତି। ଭୁଲୁଦା ଗ୍ରାମର ସୀତାରାମ ମାଝୀ, ରଜ ମାଝୀ ଏବଂ ବୁଧୁରାମ ମାଝୀଙ୍କ ଧାନ ଫସଲ ନଷ୍ଟ କରିଛନ୍ତି ହାତୀ । ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଗଛ ଉପର ମଞ୍ଚା ବାନ୍ଧି ରାତି ଅନିଦ୍ରା ହୋଇ ଫସଲକୁ ଜଗି ରହୁଛନ୍ତି ଚାଷୀ। ଖୁବଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ସହିତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି। ସେପଟେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।