ବେଙ୍ଗଲୀ ଠିକାଦାରଙ୍କ ଆତ୍ମହତ୍ୟା

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଦୁନ୍ଦୁ ଗ୍ରାମରେ ଘର ଭଡା ନେଇ ରହୁଥିବା ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ମୁର୍ଷିଦାବାଦ ଅଞ୍ଚଳର ବେଙ୍ଗଲୀ ଠିକାଦାର ଗତ ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଥିବାର ଜଣାପଡିଛି । ମୃତକର ନାମ ଆନିକୁଲ ସେଖ(୩୫)। ଖବରପାଇ ତିରିଂ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ମାଜସେବୀ ୱାଉଲ ହକ୍ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶନିବାର ସକାଳୁ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛନ୍ତି। ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ପୁଲିସ ଏନେଇ ଘଟଣାର ତଦନ୍ତ କରୁଛି ।