ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ ଗଡିବ ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ। ରାଜଧାନୀ ଦିଲ୍ଲୀରେ ଯାତ୍ରୀ ସେବା ଯୋଗାଇ ଦେଉଥିବା ମେଟ୍ରୋ ଟ୍ରେନଗୁଡିକ ଏବେ ବିନା ଚାଳକରେ ଚଳାଚଳ କରିବ। ଡିସେମ୍ବର ୨୮ ତାରିଖରୁ ମଜେଣ୍ଟା ଲାଇନ୍ (ଜନକପୁରୀ ୱେଷ୍ଟ-ବଟାନିକାଲ ଗାର୍ଡନ)ରେ ଏହି ମେଟ୍ରୋ ଟ୍ରେନ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। ଏହି ରୁଟରେ ଚାଳକ ବିହୀନ ଟ୍ରେନର ସଫଳତାକୁ ଦେଖି ରାଜଧାନୀର ଅନ୍ୟ ରୁଟରେ ମଧ୍ୟ ବିନାଚାଳକରେ ଟ୍ରେନ ଚଳାଇବା ପାଇଁ ଡିଏମଆରସି ଉଦ୍ୟମ କରିବେ।