ବ୍ୟାପକ ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ବାଲିଗୁଡ଼ା ପୁଲିସ ଗଞ୍ଜେଇ ଚାଲାଣ ବେଳେ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅନ୍ୟ ୨ଜଣ ପୁଲିସକୁ ଦେଖି ଡେଇଁ ପଳାଇବାରେ ସଫଳ ହୋଇଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ଦିଲ୍ଲୀପ କୁମାର ଚନ୍ଦନ । ମିଳିଥିବା ରିପୋର୍ଟ ମୁତାବକ, ବାଲିଗୁଡ଼ା ଥାନା ଅନ୍ତଗର୍ତ କାମ୍ବେରିକିଆରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ପୁଲିସ ଚଢ଼ଉ କରିଥିଲା । ସେଠାରୁ ପ୍ରାୟ ୨୦୭କେଜି ୮୮୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି ।