ଘୁଡୁଘୁଡ଼ି ପଟି ସହ ଜୁଆ ସମଗ୍ରୀ ଜବତ, ୨ ଗରିଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଥାନା ମରୁଆଁ ଗ୍ରାମରେ ବାହୁଡ଼ା ଯାତ୍ରା ପାଳିତ ହେଉଥିବାବେଳେ ଘୁଡୁଘୁଡୁ ପଟିରେ ଜୁଆ ଖେଳୁଥିବା ୨ ଯୁବକଙ୍କୁ ପାଟଣାଗଡ଼ ପୁଲିସ ଗିରଫ କରିଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଗରିଫ ହୋଇଥିବା ଅଭିଯୁକ୍ତଦ୍ୱୟ ହେଲେ ସେହି ଗାଁର ଦିଲେଶ୍ୱର ବାଗ(୨୨) ଓ ଦ୍ରୁପଦ ସାହୁ(୪୬) । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ରେ ବାହୁଡା ଯାତ୍ରା ଶେଷ ହୋଇଯାଇଥିବାବେଳେ ଉକ୍ତ ବ୍ଲକର ବିଭିନ୍ନ ଗାଁରେ ବାହୁଡ଼ା ଯାତ୍ରାର ଆଜି ଶେଷ ଦିନ ଥିଲା । ପାଟଣାଗଡ଼ ଅଞ୍ଚଳର ବିଭିନ୍ନ ଗାଁରେ ଘୁଡୁଘୁଡୁ ପଟି ଜୁଆ ଖେଳ ଚାଲିବା ଖବର ପାଟଣାଗଡ଼ ପୁଲିସ ପାଇଥିଲା । ପରେ ସଂନ୍ଧ୍ୟା ସାଢ଼େ ୭ଟାରେ ଥାନାଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଜୁଆ ଖେଳା ଯାଉଥିବା ସ୍ଥାନରେ ଚଢ଼ଉ କରିଥିଲା । ସେହି ସମୟରେ ୨ ଜଣଙ୍କୁ ଗରିଫ କରିବା ସହ ତାଙ୍କଠାରୁ ଘୁଡୁଘୁଡୁ ପଟି ଓ ୧,୯୧୦ ଟଙ୍କା ପୁଲିସ ଜବତ କରିଥିଲା । ସେମାନଙ୍କ ନାମରେ ଏକ ମାମଲା ରୁଜୁ କରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।