ଖାଲି ଅଖା ବସ୍ତା ବୋଝେଇ ଟ୍ରକରୁ ୧୬୨୨ କେଜି ଗଞ୍ଜେଇ ଜବତ

ରାୟଗଡ଼ା,ଏନ୍ଏନ୍ଏସ୍: ଖାଲି ଅଖା ବସ୍ତା ବୋଝେଇ ଟ୍ରକରେ ଚୋରା ଚାଲାଣ ବେଳେ ୧୬୨୨ କେଜି ଗଞ୍ଜେଇ ଜବତ ହୋଇଛି। ହେଲେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଉତ୍ତରପ୍ରଦେଶର ଏକ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ରହିନଥିଲା ପରେ ମୁକୁନ୍ଦପୁର ଘାଟି ନିକଟରେ ଅଟକା ଯାଇଥିଲା। ତେବେ ସେଥିରେ ଖାଲି ଅଖା ବସ୍ତା ଥିବା ଦେଖିବାକୁ ମିଳିଥିଲା। ପରେ ଖୋଜିବାରୁ ୧୬୨୨ କେଜିର ଛୋଟ ଛୋଟ ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା। ଏଥିସହିତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକ କହିଛନ୍ତି।