ଗଲୱାନ୍ ନଦୀ ଉପରେ ବ୍ରିଜ୍ ନିର୍ମାଣ ଶେଷ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସେନା ଇଞ୍ଜିନିୟରମାନେ ପୂର୍ବ ଲଦାଖର ଗଲୱାନ ନଦୀ ଉପରେ ଥିବା ୬୦ମିଟରର ବ୍ରିଜ୍ ତିଆରି ସମ୍ପୂର୍ଣ୍ଣ କରିଛନ୍ତି। ଏହାଦ୍ୱାରା ଭାରତୀୟ ସେନା ଅତି ସହଜରେ ଥଣ୍ଡା ପାହାଡୀ ନଦୀକୁ ଅତିକ୍ରମ କରିପାରିବେ। ଏହାଦ୍ୱାରା ଦରବୁକ୍ଠାରୁ ଦୌଲତଗର୍ଗ ଓଲ୍ଡି ପର୍ଯ୍ୟନ୍ତ ଥିବା ୨୫୫କିଲୋମିଟର ବିଶିଷ୍ଟ ରଣନୀତିକ ସଡ଼କର ରକ୍ଷା କରାଯାଇହେବ। ଏନେଇ ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ପୋଲର ନିର୍ମାଣ ଗୁରୁବାର ସମ୍ପୂର୍ଣ୍ଣ ହୋଇଛି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଗତ ୧୫ତାରିଖରେ ଚୀନ୍-ଭାରତ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ବି ବ୍ରିଜ୍ ତିଆରି କାମ ଜାରି ରହିଥିଲା। କଂକ୍ରିଟ୍ ଖମ୍ବକୁ ନେଇ ତିଆରି କରାଯାଇଥିବା ଏହି ବ୍ରିଜ୍ ଗଲ୍ୱାନ୍ ନଦୀ ପାର୍ ହେବାକୁ ଏକ ପାଦଚଲା ରାସ୍ତା ଭାବେ କାମ କରିବ।