ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ, ପାରଳାଖେମୁଣ୍ଡିରେ ହେବ ଶବ ସଂସ୍କାର

ଗଜପତି,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ପରଲୋକ ଘଟିଛି। ୭୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଶୁକ୍ରବାର ଭୋର ୪ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତେବେ ଗତ ୧ମାସ ହେବ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ତେବେ ଆଜି ଭୋରରେ ତାଙ୍କର ପରଲୋକ ହୋଇଛି। ମହାରାଜା ଗୋପୀନାଥ ଗଜପତି ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ମହାରାଜାଙ୍କ ମୃତ୍ୟୁ ପରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମହାରାଜାଙ୍କ ଶେଷ ଦର୍ଶନ କରିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ମରଶରୀରକୁ ନେଇ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଛନ୍ତି। ସେଠାରେ ତାଙ୍କର ରାଜକୀୟ ରୀତିନୀତିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ଜଣାଯାଇଛି।ଶେଷକୃତ୍ୟ ସମ୍ପର୍ଣ୍ଣ ସମୟରେ ଉପସ୍ଥିତ ରହିବେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

୯୪୩ ମାର୍ଚ୍ଚ ୬୬ ତାରିଖରେ ମହାରାଜା ଗୋପୀନାଥ ଗଜପତି ଜନ୍ମଗ୍ରହଣ କରିଥିଲେ। ସେ ବ୍ରହ୍ମପୁର ଆସନରୁ ୯ ଏବଂ ୧୦ମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ୨୦୦୯ ପର୍ଯ୍ୟନ୍ତ ସେ ବିଜେପିରେ ରହି କାର୍ୟ୍ୟ କରିଥିଲେ। ପରେ ୨୦୦୯ରେ ସେ ବିଜେଡିରେ ସାମିଲ ହୋଇଥିଲେ। ତାଙ୍କର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି।