ନୂଆଦିଲ୍ଲୀ,ଏଜେନ୍ସି: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ଏସ୍ଆଇଟି ଟିମ୍କୁ ବଡ଼ ସଫଳତା ମିଳିଛି। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେଭଡିକର୍(୪୪)ଙ୍କୁ ପୁଲିସ ଝାଡଖଣ୍ଡ ଧାନବାଦ ଜିଲ୍ଲାର କତରାସରୁ ଗିରଫ କରିଛି। ଋଷିକେଷ ନିଜର ପ୍ରକୃତ ପରିଚୟ ଗୋପନ ରଖି ବ୍ୟବସାୟୀ ପ୍ରଦୀପ ଖେମକାଙ୍କ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ନେଇ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା।
ପରେ ପୁଲିସ ସେଠାରେ ଅତର୍କିତ ଚଢ଼ଉ କରି ତାକୁ ଗିରଫ କରିଛି। ଅଭିଯୁକ୍ତ ଋଷିକେଶଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ। ସେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା ବୋଲି ଏସଆଇଟି ସୂତ୍ରରୁ ଜାଣାପଡ଼ିଥିଲା। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ ବେଙ୍ଗାଲୁରୁରେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା କରଯାଇଥିଲା। ଏହାପରଠାରୁ ଋଷିକେଶ ଫେରାର ରହିଥିଲେ।