ପାଟଣାଗଡ଼ରେ ମହାଡ଼ମ୍ବରରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ବଡ଼ପଡ଼ାରେ ଗଜଲକ୍ଷ୍ମୀ ପୂଜା ମହାଡ଼ମ୍ବରରେ ପାଳିତ ହେଉଛି । ୯ ତାରିଖରୁ ଆରମ୍ଭ ହୋଇଥିବା ପୂଜା ୧୪ ତାରିଖ ପର୍ଯ୍ୟନ୍ତ ହେବ । ୧୪ ତାରିଖରେ ନିୟମିତ ପୂଜା ଓ ପୁରାଣ ପଠନ ପରେ ଅପରାହ୍ଣରେ ପୂର୍ଣ୍ଣାହୁତି ଓ ଦେବତା ବିସର୍ଜନ ଇତ୍ୟାଦି କାର୍ଯ୍ୟ ସମ୍ପାଦିତ ହେବ । ୧୫ ତାରିଖରେ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ସଭାପତି ଚନ୍ଦ୍ରଭାନୁ ପାତ୍ର, ଉପସଭାପତି କ୍ରିଷ୍ଣା ମହାଲିଙ୍ଗ, ସମ୍ପାଦକ ରିଙ୍କୁ ଦରୁଆନ୍ ଓ ସହସମ୍ପାଦକ ସୁଜିତ୍ କଦମ ଜଣାଇଛନ୍ତି । ଏଥିରେ ଶାନ୍ତମଣି ମିଶ୍ର ମୁଖ୍ୟ ପୂଜକ ରହିଥିବାବେଳେ ଗଗନ ବିହାରୀ ମିଶ୍ର ପୁରାଣ ପଠନ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏଥିସହିତ ମଞ୍ଜୁଲତା ରାଉତ ଓ ଯୁଗଳ କିଶୋର ରାଉତ କର୍ତ୍ତାଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସଂଧ୍ୟା ଆଳତୀରେ ପ୍ରତ୍ୟେହ ବହୁ ଜନସମାଗମ ହେଉଥିବାରୁ ପୁଲିସ ତଥା ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କମିଟି ପକ୍ଷରୁ ପ୍ରତିଦିନ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି ।