ବିଜେପି ପାଇଁ ପ୍ରଚାର କରିବେ କଙ୍ଗନା

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜନୀତି ବେଶ୍ ସରଗରମ ରହିଛି । ଇତିମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ବିଜେପି ଲାଗି ନିର୍ବାଚନ ପ୍ରଚାର କରିବେ ବୋଲି ଖବର ମିଳିଛି । ପାର୍ଟି ତରଫରୁ କଙ୍ଗନାଙ୍କୁ ଷ୍ଟାର କେମ୍ପେନର କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୂଚନା ପ୍ରଦାନ କରିଛନ୍ତି ।

କୁଲ୍ଲୁ ଦଶହରା ସମାପନ ଅବସରରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜ ସମ୍ବୋଧନରେ କଙ୍ଗନା ବିଜେପି ପାଇଁ ପ୍ରଚାର କରିବେ ଓ ଷ୍ଟାର କେମ୍ପେନର ହେବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଜୟରାମ ଠାକୁର ଆଜି ସକାଳେ କଙ୍ଗନା ରନାୱତଙ୍କ ମୋନାଲୀସ୍ଥିତ ଘରେ ପହଞ୍ଚିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଗୋବିନ୍ଦ ଠାକୁର ମଧ୍ୟ ଉପସ୍ଥିତ ଥିଲେ ଯିଏକି କଙ୍ଗନାଙ୍କ ପଡ଼ୋଶୀ । ଏଥିସହିତ କଙ୍ଗନା ଓ ତାଙ୍କ ପିତାମାତାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ମନ୍ତ୍ରୀ ଗୋବିନ୍ଦ ଠାକୁର ଜଳଖିଆ ମଧ୍ୟ କରିଥିଲେ । ଏହି ସୂଚନା କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।