ମହଙ୍ଗା ପଡ଼ିଲା ଦାଦାଗିରି, ଡ୍ରାଇଭରକୁ ମାଡ଼ମାରି ୨ ଯୁବକ ଗିରଫ

  • ପାଟଣା, ଏନଏନଏସ: କେନ୍ଦୁଝର ଜିଲ୍ଲା ବାଉଁଶୁଳି ଛକ ନିକଟରେ ଏକ ୧୨ ଚକିଆ ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ଼ ମାରି ଲୁହୁଲୁହାଣ କରିଥିବା ଅଭିଯୋଗରେ ରବିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ତୁରୁମୁଙ୍ଗା ପୁଲିସ। ସେମାନେ ହେଲେ ରାମଚନ୍ଦ୍ରପୁର ଥାନା ଲୁଣିଆପାଟଣା ଗ୍ରାମର ଶିଶିର କୁମାର ନାଥ (୩୦) ଏବଂ ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମର ହୀରାଲାଲ କମାର(୩୦)। ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଏକ ୧୨ ଚକିଆ ଟ୍ରକ ଆଇରନ ଖାଲି କରି ଫେରୁଥିବାବେଳେ ଗାଡିକୁ ଅଟକାଇ ଡ୍ରାଇଭର ଅଭିମନ୍ୟୁ ମହାନ୍ତକୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏନେଇ ଗାଡି ମାଲିକ ନିହାର ରଞ୍ଜନ ମହାନ୍ତ ତୁରୁମୁଙ୍ଗା ଥାନା ଅଭିଯୋଗ କରିବା ପରେ ଉଭୟଙ୍କୁ କେସ ନମ୍ବର ୮୧/୨୧ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି।