‘ଜି୪ ସ୍ୱାଇନ୍ ଫ୍ଲୁ ମଣିଷକୁ ସଂକ୍ରମିତ ହୁଏ ନାହିଁ’

ନୂଆଦିଲ୍ଲୀ,ଏଜେନ୍ସି: ଚୀନରେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ମଧ୍ୟ ମହାମାରୀ ରୂପ ନେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଘୁଷୁରିମାନଙ୍କ ମଧ୍ୟରେ ଏହି ଭୂତାଣୁ ଦେଖାଯାଉଥିବା ବେଳେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିପାରେ ବୋଲି ଅନୁସନ୍ଧାନକାରୀ ଜାଣିବାକୁ ପାଇଥିଲେ। ଏହା କରୋନା ଭାଇରସ୍ ମହାମାରୀ ଭଳି ମଣିଷଠାରୁ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ରହିଥିବା ନେଇ ଅନୁସନ୍ଧାନକାରୀ ଆକଳନ କରିଛନ୍ତି। ଏହା ଉପରେ ଏବେ ଚୀନ୍ ପକ୍ଷରୁ ଏକ ବିବୃତ୍ତି କୁହାଯାଇଛି, ସ୍ୱାଇନ୍ ଫ୍ଲୁ ଭୂତାଣୁର ତଥାକଥିତ ‘ଜି-୪’ ଶ୍ରେଣୀ ନୂଆ ନୁହେଁ ଏବଂ ଏହା ମଣିଷ ତଥା ପଶୁମାନଙ୍କୁ ସହଜରେ ସଂକ୍ରମିତ କରେ ନାହିଁ। ଏ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ।