ଜଳପ୍ରପାତ ରାସ୍ତା ପାଇଁ ସାଂସଦ ଓ ବିଧାୟକଙ୍କ ପାଣ୍ଠି ପ୍ରଦାନ

ଝରୀଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଉପରେ ରହିଛି ଅନେକ ଶୈବପୀଠ ଓ ଜଳପ୍ରପାତ। ଏଥିମଧ୍ୟରୁ ଝରୀଗାଁ ର ସାଇଧାରା, ଚନ୍ଦନଧାର. ଗୁଦଗୁଦା ଏବଂ ଗୋସେଇଁ ଧାରା ଜଳପ୍ରପାତ ଅନ୍ୟତମ। ଶୀତଋତୁରେ ଏଠାରେ ପଡୋଶୀ ଜିଲ୍ଲାରୁ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଗୋସେଇଁ ଧାରା ଏବଂ ସାଇ ଧାରାର ଶୀତଳ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ହେଲେ ଏହି ସ୍ଥାନଗୁଡିକୁ ଯାତାୟାତ କରିବା ପାଇଁ ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନେ ବିଭିନ୍ନ ସମୟରେ ହଇରାଣ ହୋଇଥାନ୍ତି। ପର୍ଯ୍ୟଟକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ନିଜସ୍ୱ ପାଣ୍ଠିରୁ ଗୋସେଇଁ ଧାରା ଜଳପ୍ରପାତ ନିକଟକୁ ଭଲରାସ୍ତା ତିଆରି ପାଇଁ ୨ଲକ୍ଷ ଟଙ୍କା ବୟ ବରାଦ କରିଥିବା ବେଳେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସାଇ ଧାରା ଜଳ ପ୍ରପାତ ରାସ୍ତା ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ବୟ ବରାଦ କରିଛନ୍ତି।