ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ କୌଣସି କମ୍ପାନୀ ଚାଷୀଙ୍କଠାରୁ ଜମି ନେଇ ପାରିବେ ନାହିଁ : ଶାହ

ନୂଆଦିଲ୍ଲୀ, ଏଜେନ୍ସି : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିଲ୍ଲୀ ସ୍ଥିତ କିଶନଗଡ ଗାଁର ଗୋଶାଲା ଠାରେ ଆୟୋଜିତ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ରହିବେ ସେ ପର୍ଯ୍ୟନ୍ତ କୌଣସି କମ୍ପାନୀ ଚାଷୀଙ୍କଠାରୁ ସେମାନଙ୍କ ଜମି ଛଡ଼ାଇ ନେଇ ପାରିବ ନାହିଁ। ଏସାହ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ଜାରି ରହିବ ଏବଂ ମଣ୍ଡି ବନ୍ଦ ହେବ ନାହିଁ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯଦି କୃଷକ ସଂଗଠନ ଭାବନ୍ତି ଯେ ନୂତନ କୃଷି ଆଇନର କୌଣସି ବ୍ୟବସ୍ଥା ସେମାନଙ୍କ ସ୍ୱାର୍ଥ ବିରୁଦ୍ଧ ଅଟେ ତେବେ କେନ୍ଦ୍ର ସରକାର ଏନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ମୋଦୀଙ୍କ ନେତୃତ୍ୱାଧୀନ ସରକାର ୨୦୧୪-୧୯ କାର୍ଯ୍ୟକାଳ ମଧ୍ୟରେ ଫସଲର ଏମଏସପି ଦେଢଗୁଣ ବୃଦ୍ଧି କରିବାର ବର୍ଷ ବର୍ଷ ଧରି ପୁରୁଣା ଦାବିକୁ କାର୍ଯ୍ୟକାରୀ କରିଛନ୍ତି।