ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଏଣ୍ଡ ଟୁରିଜମ କର୍ପୋରେସନ ପୁଣିଥରେ ଟ୍ରେନରେ ରନ୍ଧା ଭୋଜନ ସୁବିଧା ପ୍ରଦାନ କରିବ । ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଟ୍ରେନରେ ରନ୍ଧା ଭୋଜନ ଦିଆଯାଉଥିଲା କିନ୍ତୁ ଫେବୃଆରୀ ୧୪ରୁ ୧୦୦ ପ୍ରତିଶତ ଟ୍ରେନରେ ରନ୍ଧା ଭୋଜନ ସୁବିଧା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ଟ୍ରେନରେ ରନ୍ଧା ଭୋଜନ ଯୋଗାଇବାର ସୁବିଧାକୁ ବନ୍ଦ କରି ଦିଆଯାଇଥିଲା। ମାର୍ଚ୍ଚ ୨୩ରୁ ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । କିନ୍ତୁ କରୋନା ମାମଲା କମିବାରୁ ୨୦୨୦ ଅଗଷ୍ଟ ୫ରୁ ଭୋଜନ ଦିଆଯିବାର ସୁବିଧା ଆରମ୍ଭ ହୋଇଥିଲା ।