ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ସପ୍ତାହ ବ୍ୟାପି ଚାଲିଥିବା ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଚାଇଲ୍ଡ ଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଓ ସଦସ୍ୟମାନେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଭେଟି ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ। ସେହିପରି ଶିଶୁ ମଙ୍ଗଳ କମିଟି, ଚାଇଲ୍ଡ ଲାଇନ, ଶିଶୁ ସୁରକ୍ଷା ୟୁନିଟ ଓ ବିଭିନ୍ନ ଅନୁଷ୍ଠାନର ମିଳିତ ଉଦ୍ୟମରେ ଏକ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରି ଶିଶୁ ସୁରକ୍ଷା ଏବଂ ଶିଶୁ ଅଧିକାର ବିଷୟରେ ଲୋକଙ୍କୁ ସଚେତନ କରିିଥିଲା। ଏହି ଅବସରରେ ଚାଇଲ୍ଡ ଲାଇନର ସଦସ୍ୟ ଶୁଭଶ୍ରୀ ସାହୁ, ଜ୍ୟୋତ୍ସ୍ନା ପ୍ରଧାନ, ଡୋଲାମଣି ସେଠ, କୁଲଦୀପ ପଟେଲ, ସତିଆ ବୁଡ଼ା ଓ ସାଗର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।