ମୟୂରଭଞ୍ଜରୁ ୪୩ ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍:ରାଜ୍ୟରେ ଆଜି ୭୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରୁ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨, ୭୨୮ରେ ପହଞ୍ଚିଛି। ସେହିପରି ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୨, ୦୮୩ରେ ରହିଛି। ବର୍ତ୍ତମାନ ୫୬୫ ଜଣ ସକ୍ରିୟ ଥାଇ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ କରୋନାରେ ଜିଲ୍ଲାରେ ମୋଟ ୮୦ ଜଣଙ୍କର ମୃତ୍ୟୁ ହୋଇଛି।