ନୂଆଦିଲ୍ଲୀ: ଫ୍ରାନ୍ସ ତରଫରୁ ପାକିସ୍ତାନକୁ ଶକ୍ତ ଝଟକା ମିଳିଛି। ନିକଟରେ ପାକିସ୍ତାନ ତା’ ମିରାଜ ଫାଇଟର ଜେଟ, ଏୟାର ଡିଫେନ୍ସ ସିଷ୍ଟମ ଓ ଅଗଷ୍ଟା ୯୦ବୀ ପଣ୍ଡୁବିୟୋଁକୁ ଅପଗ୍ରେଡ କରିବା ପାଇଁ ଫ୍ରାନ୍ସର ସାହାଯ୍ୟ ଲୋଡ଼ିଥିଲା। କିନ୍ତୁ ପାକିସ୍ତାନକୁ ସାହାଯ୍ୟ କରିବାକୁ ଫ୍ରାନ୍ସ ସିଧାସଳଖ ମନା କରି ଦେଇଥିଲା।
ପାକିସ୍ତାନର ମିରାଜ-୩ ଓ ମିରାଜ-୫ ଫାଇଟର ଜେଟକୁ ବି ଅପଗ୍ରେଡ଼ କରିବା ଲାଗି ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛି। ଫ୍ରାନ୍ସ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ପାକିସ୍ତାନକୁ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ପାକିସ୍ତାନ ପାଖରେ ଫ୍ରାନ୍ସର ଫର୍ମ ଦସୌଲଟ ଏଭିଏସନର ୧୫୦ ମିରାଜ ଫାଇଟର ଜେଟ ରହିଛି ଯେଉଁଥିରୁ ମାତ୍ର ୫୦ ପ୍ରତିଶତ କାର୍ଯ୍ୟକ୍ଷମ ଅବସ୍ଥାରେ ରହଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ପେଙ୍ଗବୋର ମହମ୍ମଦଙ୍କ କାର୍ଟୁନକୁ ସମର୍ଥନ କରିବା ମାମଲାରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋଙ୍କୁ ସମାଲୋଚନା କରିଥିଲା। ଏଥିପାଇଁ ଫ୍ରାନ୍ସ ତରଫରୁ ପାକିସ୍ତାନର ଅନୁରୋଧକୁ ଏଡ଼ାଇ ଦିଆଯାଇଛି।