ପାଟଣାଗଡ଼ ଲାୟନ୍ସ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ଓ ଔଷଧ ବଣ୍ଟନ ଜିଲ୍ଲା By nitidin1 On Aug 25, 2023 Share ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଲାୟନ୍ସ କ୍ଲବ ଆନୁକୁଲ୍ୟରେ ମାଗଣା ମେଡିକାଲ କ୍ୟାମ୍ପ ମାରବାଡ଼ି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ା. ବିଜୟାନନ୍ଦ ସେଠୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରି ଲାୟନ୍ସ କ୍ଲବର ଏଭଳି ପଦକ୍ଷେପକୁ ପ୍ରଶଂସା କରି ଆଗାମୀ ଦିନରେ ଆହୁରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ୟାମ୍ପରେ ଡ଼ା. ହେମନ୍ତ କୁମାର ମେହେରଙ୍କ ନେତୃତ୍ୱରେ ୧୨ଜଣ ପ୍ରତିଷ୍ଠିତ ଡାକ୍ତର ଯୋଗଦେଇ ଶିବିରକୁ ଆସିଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାସହ ରୋଗୀଙ୍କୁ ଔଷଧ ମଧ୍ୟ ବଣ୍ଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ଼ ତଥା ଆଖପାଖ ଅଞ୍ଚଳରୁ ୧ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପାଟଣାଗଡ଼ ଲାୟନ୍ସ କ୍ଲବର ସଭାପତି ଇଞ୍ଜିନିୟର ବିରେନ୍ଦ୍ର ପାତ୍ର ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏଭଳି କ୍ୟାମ୍ପ ସହରାଞ୍ଚଳରେ ନକରି ଗ୍ରାମାଞ୍ଚଳରେ କରିବା ପାଇଁ ଡ଼ା. ହେମନ୍ତ ମେହେର ଓ ଉପଜିଲ୍ଲାପାଳ କହିଥିଲେ । ଏହି ଶିବିରରେ ମେଡିସିନ ସ୍ପେଶ।।ଲିଷ୍ଟ ହେମନ୍ତ ମେହେର, ଶଲ୍ୟ ବିଶେଷଜ୍ଞ ମଞ୍ଜୁଲକାନ୍ତ ପ୍ରଧାନ, ଶିଶୁ ରୋଗ ବିଶେଷଜ୍ଞ ଦିନେଶ ନାୟକ, ପ୍ରସୂତୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଦେବେନ୍ଦ୍ର ନାୟକ, ଦାନ୍ତ ଡାକ୍ତର ଆହୂତି ପାତ୍ର, ଶଲ୍ୟ ବିଶେଷଜ୍ଞ ଅମିତ ଦାସ, ଦାନ୍ତ ଡାକ୍ତର ଆଶିଷ ପାତ୍ର, ବିଏଏମଏସ ସୁନନ୍ଦା ମେହେର, ଫାର୍ମାସିଷ୍ଟ ମନୋଜ କୁମାର ଆଚାର୍ଯ୍ୟ, ଅଶ୍ୱିନୀ ପଣ୍ଡା, ଭକ୍ତବନ୍ଧୁ ମହାନନ୍ଦ, ଷ୍ଟାଫ ନର୍ସ ଗୀତାଞ୍ଜଳି ବରିହା, ପ୍ରଣତି ପଣ୍ଡା ଓ ପ୍ରଭାତୀ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଲାୟନ୍ସ କ୍ଲବର ଏଭଳି ସୁନ୍ଦର ପଦକ୍ଷେପକୁ ସହରରେ ଖୁବ ପ୍ରଶଂସା କରାଯାଉଛି । Share