ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଆକାଉଣ୍ଟାଣ୍ଟ ଥିବା ଅଜୟ ଖୁଣ୍ଟିଆ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଅଜୟ କୌଣସି ଏକ କାର୍ଯ୍ୟ କରାଇବା ପାଇଁ ଲମକାନି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସହଦେବ ଦନ୍ତାଙ୍କଠାରୁ ଅଜୟ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରି ପଡ଼ିଥିବା ଜଣାପଡ଼ିଛି । ଅନ୍ୟପଟେ ଭିଜିଲାନ୍ସ ଟିମ ତାଙ୍କର ୨ଟି ଘରେ ଚଢ଼ଉ କରି ତଦନ୍ତ ଜାରି ରଖିଛି ।