ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିବେ । ରାହୁଲଙ୍କ ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବେ । ଏହି ଅବସରରେ ଉଭୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀରେ ଓଡ଼ିଶାର ୫ଜଣ ବିଧାୟକ ଭେଟି ଓଡ଼ିଶା ଗସ୍ତ ନେଇ ଆଲୋଚନା କରିଛନ୍ତି । ଏହି ସମୟରେ ରାଜ୍ୟ କଂଗ୍ରେସ ସଂଗଠନ ନେଇ ମଧ୍ୟ ଆଲୋଚନା ହୋଇଛି । ରାଜ୍ୟ କଂଗ୍ରେସ ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବାକୁ ରାହୁଲ ସହମତି ପ୍ରକାଶ କରିଛନ୍ତି । ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ତାରିଖ ସ୍ଥିର କରାଯିବ ।