‘ୟେସ୍ ଉଇ କ୍ୟାନ୍’ କାର୍ଯ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟେସ୍ ଉଇ କ୍ୟାନ୍ ଓ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ୟେସ୍ ଉଇ କ୍ୟାନ୍ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡା. ଅୟନ୍ତିକା ଦାସଙ୍କ ନେତୃତ୍ୱରେ ଚକ୍ଷୁ ଚିକିତ୍ସାଳୟର ଆଶୁତୋଷ ମିଶ୍ର, ନନ୍ଦିନୀ ନାୟକ ଓ ଶାନ୍ତିଲତା ଦାସ, ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ୧୪୫ରୁ ଉର୍ଦ୍ଧ୍ୱ ଚକ୍ଷୁ ରୋଗୀଙ୍କ ଆଖି ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଆସନ୍ତାକାଲି କଟକ ବିଡ଼ାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅପରେସନ ନିମନ୍ତେ ନିଆଯିବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ୟେସ୍ ଉଇ କ୍ୟାନ୍ର ଚେୟାରପର୍ସନ୍ ସତ୍ୟଜିତ୍ ବିଶ୍ୱାଳ, ସଂପାଦକ ସୁବାଷ ମହାନ୍ତି, ଉପଦେଷ୍ଟା ଉମାକାନ୍ତ ସାମଲ, ଡା.ପ୍ରସନ୍ନ ନାଥଶର୍ମା, ଶିକ୍ଷାବିତ୍ ସେକ୍ ମୋହିଉଦ୍ଦିନ ଓ ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଭବିଷ୍ୟତରେ ଏହି ଅନୁଷ୍ଠାନ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ କରାଯିବ ବୋଲି ଅନୁଷ୍ଠାନର ମୁଖ୍ୟ ଶ୍ରୀ ବିଶ୍ୱାଳ କହିଥିଲେ।