ଆୟକର ବିଭାଗର ରେଡ୍ ପରେ ଅନୁରାଗ ଓ ତାପସୀଙ୍କ ‘ଦୋବାରା’ ସୁଟିଂ

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ୩ ଦିନ ହେବ ଆୟକର ବିଭାଗ ରେଡ୍ ମାରିଥିଲା। ଏହି ସମୟରେ ଯାଞ୍ଚ କୋଟିଏରୁ ଅଧିକ ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଆଜି ଅନୁରାଗ କଶ୍ୟପ ସୋସିଆଲ ମିଡିଆରେ ତାପସୀଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ଉକ୍ତ ପୋଷ୍ଟରେ ଫିଲ୍ମ ‘ଦୋବାରା’ର ସୁଟିଂ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଆୟକର ବିଭାଗ ଦିଲ୍ଲୀ, ହାଇଦ୍ରାବଦ, ମୁମ୍ବାଇ ଓ ପୁଣେରେ ଫେଣ୍ଟମ୍ ଫିଲ୍ମ ସହ ଜଡ଼ିତ ୨୮ଟି ଜାଗାରେ ରେଡ୍ ମାରିଥିଲେ। ଏଥିସହିତ ଅନୁରାଗ କଶ୍ୟପ, ତାପସୀ ପନ୍ନୁ, ମଧୁ ମଣ୍ଟେନା, କ୍ୱାନ୍ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଓ କିଛି ଅଧିକାରୀଙ୍କ ଘରେ ରେଡ୍ ମରାଯାଇଥିଲା।