ଆରଜିଏଚରେ ମାଗଣା ଡାୟଲେସିସ ସେବା ଉପଲବ୍ଧ

  • ରାଉରକେଲା, ଏନଏନଏସ: ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)ରେ ପୂର୍ବରୁ ଲୋକଙ୍କୁ ମାଗଣା ସିଟି ସ୍କାନ୍ ସେବା ମିଳୁଥିବାବେଳେ ଶୁକ୍ରବାରଠାରୁ ମାଗଣାରେ ଡାୟଲେସିସ ସେବା ଉପଲବ୍ଧ ହେବ। ଏନେଇ ଶୁକ୍ରବାର ଆରଜିଏଚରେ ଏକକାଳୀନ ୪ଟି ମେସିନ ଉଦଘାଟନ ହେବ। ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲା ନିଖିଳ ପବନ କଲ୍ୟାଣ, ଆରଜିଏଚର ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଡାକ୍ତରଙ୍କ ଉପସ୍ଥିତ ରହି ମେସିନ ଉଦଘାଟନ କରିବେ।
    ଡାୟଲେସିସ ଚିକିତ୍ସା ପିପି ମୋଡରେ ପରିଚାଳିତ ହେବ। ଚଣ୍ଡିଗଡର ରାହି କେୟାର ପ୍ରାଇଭେଟ ଲିମିଟେଡ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି। ଡାୟଲେସିସ ହେବାକୁ ଆସୁଥିବା ରୋଗୀ ପିଛା ସରକାର ରାହି କେୟାର ସଂସ୍ଥାକୁ ୯୪୯ ଟଙ୍କା ଦେବେ। ପ୍ରତିଦିନ ୧୫ରୁ ଅଧିକ ରୋଗୀଙ୍କ ଡାୟଲେସିସ ହୋଇପାରିବ। ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଏହି ୪ଟି ମେସିନ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ମେସିନର ଦାମ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍। ଦୀର୍ଘଦିନ ଦାବି ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ୟାର ସମାଧାନ କରିଛନ୍ତି।