- ମାଲକାନାଗିରି, ଏନଏନଏସ: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ପାଙ୍ଗାମ ବ୍ରିଜ ତଳକୁ ଏକ କାର ଖସି ପଡ଼ିଥିଲା। ସୌଭାଗ୍ୟବର୍ଶତଃ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଭୁବନେଶ୍ୱରର ଏକ ପରିବାର ମାଲକାନଗିରି ଫେରୁଥିବାବେଳେ ଡ୍ରାଇଭର ଶୋଇପଡ଼ିଥିଲେ। ଫଳରେ ଭାରସାମ୍ୟ ହରାଇ କାର ପୋଲ ତଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ମାଥିଲି ମେଡିକାଲକୁ ପଠାଇଥିଲେ। ଏବେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।