ରାଜଧାନୀରେ ପୁଣି ସୁସ୍ଥଙ୍କ ତୁଳନାରେ ବଢ଼ିଲା ସଂକ୍ରମଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଗତ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଆଜି ପୁଣି ଅଧିକ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୪୯୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯ଜଣ ଓ ସ୍ଥାନୀୟ ସଂକ୍ରମଣ ୪୦୭ଜଣ ରହିଛନ୍ତି। ଅନ୍ୟପଟେ ୪୧୦ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ହଜାର ୧୪୫ ହୋଇଥିବାବେଳେ ୮୬ହଜାର ୧୪୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪୨୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫୫୭ଜଣ ଚିକିତ୍ସିତ ହେଉଛନ୍ତି।