ପାଟଣା, ଏନ୍ଏନ୍ଏସ୍: ବନ୍ଧୁକ ମୁନରେ ଲୁଟ୍ ହେଲା ୧୪ ଚକିଆ ଟ୍ରକ୍। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାର ନିକଟରେ ଟ୍ରକ୍ କୁ ଛିଡା କରି ଡ୍ରାଇଭର ଶୋଇଥିବା ବେଳେ ୩ ଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇବା ସହ ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧି ଜେ ଏଚ୍ -୦୨ ଏସ,୭୦୬୪,ନମ୍ବର ବିଶିଷ୍ଟ ଏକ ୧୪ ଚକିଆ ଟ୍ରକକୁ ଲୁଟିନେଇଛନ୍ତି। ଏନେଇ ଟ୍ରକ୍ ଡ୍ରାଇଭର ବିଜୟ ଯାଦବ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ତୁରୁମୁଙ୍ଗା ବଜାର ଉପରେ ଟ୍ରକ୍ ଛିଡା କରି ଶୋଇଥିବା ବେଳେ ୩ ଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇ ଡ୍ରାଇଭର ର ହାତ ଗୋଡ଼ ବାନ୍ଧି ଟ୍ରକକୁ ଲୁଟି ନେଇଥିଲେ। ଅଭିଯୋଗ ପାଇବା ପରେ ତୁରୁମୁଙ୍ଗା ପୁଲିସ ବିଭିନ୍ନ ଅଞ୍ଚଳରେ ଛାନଭିନ୍ ଜାରି ରଖିଛି।