ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଦୁର୍ଗାଦେଇପୁର ବୈତରଣୀ ବାଲି ଘାଟରୁ ବୁଧବାର ଭୋରରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ୪ ଟ୍ରାକ୍ଟରକୁ ପାଟଣା ପୁଲିସ ଜବତ କରିଛି। ସୂଚନା ଯୋଗ୍ୟ ଯେ, ଏହି ଘାଟର ଲିଜ ମିଆଦ ସାରି ଯାଇଥିଲେ ହେଁ ପ୍ରତ୍ୟକ ଦିନ ରାତ୍ରିରେ ଚୋରା ବାଲି ଉତ୍ତୋଳନ ହେବାସହ ଦୀର୍ଘ ୫ବର୍ଷ ହେବ ଟ୍ରାକ୍ଟର ପିଛା ୨୦୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଆଜିର ଚଢ଼ଉରେ ପାଟଣା ଥାନା ପକ୍ଷରୁ ଥାନାଧିକାରୀ ସୋମନାଥ ଜେନା, ଏସଆଇ ଅରୁପ କୁମାର ସାମଲ ଏସଆଇ ଶିବଶଙ୍କର ଆଲଦା ଓ ଥାନା କର୍ମଚାରୀ ପହଞ୍ଚି ଦୁର୍ଗାଦେଇପୁର ଘାଟରେ ଚଢଇ କରି ୪ଟି ଟ୍ରାକରକୁ ଜବତ କରିଛନ୍ତି।