ରାଜ୍ୟରେ ଆଜି ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟଙ୍କ ସଂଖ୍ୟା ୨୯୨୪୭୭କୁ ବୃଦ୍ଧ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୩୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯୨୪୭୭କୁ ବୃଦ୍ଧି ପାଇଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟା ଓ ପରିବାର ଲକ୍ୟାଣ ବିବାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯ଆକ୍ରାନ୍ତ ସୁସ୍ଥ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ୧୦୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୯୯, ବଲାଙ୍ଗିରରୁ ୮୬, କେନ୍ଦ୍ରାପଡ଼ାରୁ ୭୬, ବରଗଡ଼ରୁ ୭୧, ନୂଆପଡ଼ାରୁ ୭୦, ପୁରୀରୁ ୬୩, ଜଗତସିଂହପୁରରୁ ୫୬, କେନ୍ଦୁଝରରୁ ୫୫, ମୟୂରଭଞ୍ଜରୁ ୫୫, ବାଲେଶ୍ୱରରୁ ୪୫, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୪୧, ସମ୍ବଲପୁରରୁ ୩୩, ନଗରଙ୍ଗପୁରରୁ ୩୧, ଭଦ୍ରକରୁ ୩୦, ଅନୁଗୁଳରୁ ୨୮, କଳାହାଣ୍ଡିରୁ ୨୭, ଗଞ୍ଜାମରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ଢ଼େଙ୍କାନାଳରୁ ୨୦, ସୋନପୁରରୁ ୧୯, ନୟାଗଡ଼ରୁ ୯, ଦେବଗଡ଼ରୁ ୮, ରାୟଗଡ଼ାରୁ ୫ ଓ ଷ୍ଟେଟ୍ ପୁଲରୁ ୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।