ବାରାକ୍ ଓବାମା କରୋନା ସଂକ୍ରମିତ, ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା କରୋନା ସଂକ୍ରମିତ ହୋଇଛନ୍ତି। ଗଳାରେ ସାମନ୍ୟ ଯନ୍ତ୍ରଣା ଅନୂଭବ କରିବା ପରେ ଓବାମା ନିଜର କୋଭିଡ୍ ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟରେ ଲେଖିଛନ୍ତି ଯେ ‘ମୁଁ କରୋନାରେ ସଂକ୍ରମିତ ହୋଇଛି। ଗତ କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି। ମିସେଲ ଏବଂ ମୁଁ ଟିକା ନେଇସାରିଛୁ। ବାରାକ୍ ଓବାମାଙ୍କ ପତ୍ନୀ ମିସେଲଙ୍କ କରୋନା ପରୀକ୍ଷା ନେଗେଟିଭ ଆସିଥିବା ସେ ସୂଚନା ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।