କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଭେଟିଲେ ଯୋଗୀ ଆଦିତ୍ୟ ନାଥ, ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଲେ ଯୋଗୀ ଆଦିତ୍ୟ ନାଥ। ଏ ନେଇ ଯୋଗୀ ଆଦିତ୍ୟନାଥ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗରେ ଉତ୍ତରପ୍ରଦେଶ ସାମଗ୍ରିକ ବିକାଶ ପଥରେ ଅଗ୍ରସର ହେବ। କେନ୍ଦ୍ରମନ୍ତ୍ରୀ ମଧ୍ୟ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନରେ ୟୁପିରେ ଐତିହାସିକ ଜନାଦେଶ ପାଇଁ ଯୋଗୀଙ୍କୁ ଶୁଭେଚ୍ଛା।

ଯୋଗୀଙ୍କ ପ୍ରଭାବଶାଳୀ ନେତୃତ୍ୱରେ ଉତ୍ତରପ୍ରଦେଶ ପ୍ରଗତି ଏବଂ ସୁଶାସନର ନୂଆ ଶିଖରକୁ ଛୁଇଁବ। ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ହେଲା ଏହା ପ୍ରଥମ ସାକ୍ଷାତକାର। ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ବହୁମତ ହାସଲ କରି ବିଜୟ ପଥେ ବିଜେପି ସରକାର ଅଗ୍ରସର ହୋଇଛନ୍ତି।