ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଉତ୍ତରପ୍ରଦେଶ ଲାଗି ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତ କରାଯାଇଛି । ଶାହଙ୍କ ସହ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁ ଦାସଙ୍କୁ ମଧ୍ୟ ୟୁପିର ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଏତଦବ୍ୟତୀତ ଉତ୍ତରାଖଣ୍ଡ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ରାଜ୍ୟମନ୍ତ୍ରୀ ମିନାକ୍ଷୀ ଲେଖୀ ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତ ହୋଇଛନ୍ତି ।
ସେହିପରି ମଣିପୁର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ପଠାଇବା ଲାଗି ନିଷ୍ପତ୍ତି ନିଆଯାଇଛି । ଗୋଆ ଲାଗି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି