ଟିଏମସିରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ

କୋଲକାତା: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଅଭିଜିତ ୨୦୧୪ରେ କଂଗ୍ରେସ ଟିକେଟରେ ବଙ୍ଗଳାର ଜଙ୍ଗୀପୁର ଲୋକସଭା ସିଟରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ୨୦୧୯ରେ ମଧ୍ୟ ଏହି ସିଟରୁ କଂଗ୍ରେସ ତାଙ୍କୁ ଟିକେଟ ପ୍ରଦାନ କରିବା ସତ୍ୱେ ସେ ହାରି ଯାଇଥିଲେ।

ଟୀଏମସିରେ ସାମିଲ ହେବା ପରେ ଅଭିଜିତ କହିଛନ୍ତି ଯେ, ପ୍ରାଥମିକ ସଦସ୍ୟତା ବ୍ୟତୀତ ମୋତେ କଂଗ୍ରେସ ପାର୍ଟିର କୌଣସି ସମୂହ କିମ୍ବା ପଦରେ ସାମିଲ କରାଯାଇନଥିଲା। ସେଥିପାଇଁ ମୁଁ ଏକ ସୈନିକ ରୂପେ ଟୀଏମସିରେ ଯୋଗ ଦେଇଛି। ପାର୍ଟିର ନିର୍ଦ୍ଦେଶକ୍ରମେ କାମ କରିବି। ଏଥିସହିତ ଅଖଣ୍ଡତା ଓ ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ କାମ କରିବି।