ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନି କାରୋନାରେ ଆକ୍ରାନ୍ତ

ଇସଲାମବାଦ୍ : ଇସଲାମାବାଦ୍ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ପୁଅ କାସୀମ ଗିଲାନି ଶନିବାର ଏହି ସୂଚନା ଦେଇଛନ୍ତି। କାସୀମ ତାଙ୍କ ଟ୍ୱିଟରେ ତାଙ୍କ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ଇମ୍ରାନ ଖାନ ସରକାର ଏବଂ ନାବଙ୍କୁ ଧନ୍ୟବାଦ! ଆପଣ ମୋ ପିତାଙ୍କ ଜୀବନକୁ ବିପଦରେ ପକାଇ ଦେଇଥିବାରୁ ଆପଣଙ୍କୁ ମୋର ଧନ୍ୟବାଦ,ମୋ ପିତାଙ୍କର। କରୋନା ପରୀକ୍ଷା ପଜିଟିଭ ଆସିଛି। ଗୁରୁବାର ଦିନ ରାୱଲପିଣ୍ଡିରେ ହୋଇଥିବା ନାବଙ୍କର ଶୁଣାଣିରେ ୟୁସୁଫ ରାଜା ଗିଲାନି ଯୋଗ ଦେଇଥିଲେ। ଏହାପୂର୍ବରୁ ପାକିସ୍ତାନର ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅୱାସି ଏବଂ ବର୍ତ୍ତମାନର ରେଳମନ୍ତ୍ରୀ ଶେଖ ରସିଦ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।