Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇଏସ୍ଏଫ୍ଆର୍ ରିପୋର୍ଟ-୨୦୨୧: ରାଜ୍ୟରେ ବଢିଛି ଜଙ୍ଗଲର ପରିମାଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇଏସ୍ଏଫ୍ଆର୍ ରିପୋର୍ଟ-୨୦୨୧: ରାଜ୍ୟରେ ବଢିଛି ଜଙ୍ଗଲର ପରିମାଣ

ନୂଆଦିଲ୍ଲୀ/ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡ଼ିଶାରେ ୫୩୭ ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ସୃଷ୍ଟି ହୋଇଛି। ୨୦୧୯-୨୦୨୧ରେ ଏହି ଜଙ୍ଗଲ ସୃଷ୍ଟି ହୋଇଛି। ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ ଆଇଏସ୍ଏଫ୍ଆର୍ ରିପୋର୍ଟ-୨୦୨୧ରେ ଏହା ଉଲ୍ଲେଖ ରହିଛି। ଆଜି ଆଇଏସଏଫଆର ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା। ଦେଶରେ ସବୁଠୁ ଅଧିକ ହେନ୍ତାଳ ବଣ କେନ୍ଦ୍ରାପଡ଼ାରେ ଜିଲ୍ଲାରେ ସୃଷ୍ଟି କରାଯାଇଛି। ୨୦୧୯ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୫୧ ବର୍ଗ କିଲୋମିଟର ଅଞ୍ଚଳରେ ହେନ୍ତାଳ ବନ ଥିଲା।

୨୦୨୧ରେ ଏହା ୨୫୯ ବର୍ଗ କିଲୋମିଟର ଅଞ୍ଚଳକୁ ବୃଦ୍ଧି ପାଇଛି। ଜିଲ୍ଲାରେ ସର୍ବାଧିକ ୮ ବର୍ଗ କିଲୋମିଟର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହୋଇଥିବା ରିପୋର୍ଟର୍ରେ ଉଲ୍ଲେଖ ରହିଛି। ଓଡ଼ିଶାରେ ଦୁଇ ଦଶନ୍ଧି ଭିତରେ ୩ହଜାର ୩୧୪ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଆଇଏସଏଫଆର ରିପୋର୍ଟ ପ୍ରକାଶ କରିଛନ୍ତି।

ଆନ୍ଧ୍ରରେ ସବୁଠୁ ଅଧିକ ୬୪୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଏହା ପ୍ରଥମ ସ୍ଥାନରେ ରହିଛି। ସେହିପରି ତେଲେଙ୍ଗାନାରେ ୬୩୨ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ୫୩୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।

ଓଡ଼ିଶାର ଭୌଗୋଳିକ ଅଞ୍ଚଳର ୩୩.୫୦ ପ୍ରତିଶତ ହେଲା ଜଙ୍ଗଲ। ମୋଟ୍‌ ୫୨ହଜାର ୧୫୬ ବର୍ଗ କିଲୋମିଟର ଏରିଆରେ ବ୍ୟାପିଛି। ଏଥିରୁ ୭ହଜାର ୨୧୨ ବର୍ଗ କିଲୋମିଟର ଅତି ଘଞ୍ଚ ଜଙ୍ଗଲ। ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୪.୬୩ ପ୍ରତିଶତ। ସେହିପରି ୨୦ହଜାର ୯୯୫ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ। ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୧୩.୫୦ ପ୍ରତିଶତ। ଖୋଲା ଜଙ୍ଗଲ ୨୩ହଜାର ୯୪୮ ବର୍ଗ କିଲୋମିଟର ଯାଏ ପରିବ୍ୟାପ୍ତ। ଯାହାକି ମୋଟ୍‌ ଜଙ୍ଗଲର ୧୫.୩୮ ପ୍ରତିଶତ।

ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ଅଧିକ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି। ଜିଲ୍ଲାରେ ୬୭.୩୭ ପ୍ରତିଶତ ଭାବରେ ରହିଛି ଜଙ୍ଗଲ। କନ୍ଧମାଳ ଜିଲ୍ଲାର ମୋଟ୍‌ କ୍ଷେତ୍ରଫଳ ହେଇଛି ୮ହଜାର ୨୧ ବର୍ଗ କିଲୋମିଟର। ତାଭିତରୁ ୫ହଜାର ୪୦୪ ବର୍ଗକିଲୋମିଟର ଅଞ୍ଚଳରେ ଜଙ୍ଗଲେ ରହିଛି।

ସେହିପରି ଗଜପତି ଜିଲ୍ଲାରେ ମୋଟ୍‌ ଆୟତନର ୬୦ ଦଶମିତ ୬୫ ପ୍ରତିଶତ ଅଞ୍ଚଳରେ ରହିଛି ଜଙ୍ଗଲ। ମାଲକାନଗିରିରେ ୪୦.୧୪, ନୟାଗଡ଼ରେ ୪୪.୦୮, ଦେବଗଡ଼ରେ ୫୦.୨୪, ଅନୁଗୋଳରେ ୪୩.୬୬ ଓ ବୌଦ୍ଧରେ ୪୧.୭୪ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି।