Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁଣି କଟକରୁ ନକଲି ସସ୍ କାରଖାନା ଠାବ, ପଚା ବୋଇତାଳୁରୁ ହେଉଥିଲା ସସ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁଣି କଟକରୁ ନକଲି ସସ୍ କାରଖାନା ଠାବ, ପଚା ବୋଇତାଳୁରୁ ହେଉଥିଲା ସସ୍

କଟକ,ଏନ୍ଏନ୍ଏସ୍: ନକଲି ଜିନିଷର ପେଣ୍ଠସ୍ଥଳୀ ପାଲଟିଛି ସିଲଭରସିଟି। ମାଲଗୋଦାମରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ। ଗୋଦାମରେ ନକଲି ଟମାଟୋ ସସ ଏବଂ ଚିଲି ସସ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାପରେ ମାଲଗୋଦାମ ଥାନା ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ଚଢ଼ଉ କରିଥିଲେ। ପେଟି ପେଟି ନକଲି ସସ ଜବତ କରିଛି ପୋଲିସ। ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ।

ଦୋକାନରୁ ୧୩ ପେଟି ନକଲି ସସ ଜବତ ହୋଇଛି। ଏହି ଘଟଣାରେ ଜଣେ ଦୋକାନୀ ମାଲିକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଏହି ନକଲି ସାମଗ୍ରୀ ବିନା ଲାଇସେନ୍ସରେ ବିକ୍ରୟ କରାଯାଉଥିଲା। ସବୁଠାରୁ ବଡ଼ କଥା ହେଉଛି ଏହାକୁ ବିଭିନ୍ନ ରିଟେଲରଙ୍କୁ ବିକ୍ରି ମଧ୍ୟ କରାଯାଉଥିଲା। କେବେ ଠାରୁ ଏହା ବିକ୍ରୟ ହେଉଥିଲା ତାହାର ତଦନ୍ତ କରୁଛି ପୋଲିସ। ସେହିପରି ଏହାକୁ ପ୍ରସ୍ତୁତ କରାଯାଉଥିବା ଏକ ଗୋଦାମରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି।

ଜବତ ସସ ଗୁଡିକରେ ଯାବତୀୟ ରସାୟନ ମିଶୁଥିବା ବେଳେ ଏଗୁଡ଼ିକ ପଚା ବୋଇତାଳୁରୁ ତିଆରି ହେଉଥିବା ଜଣାପଡିଛି। ହାତର ରଙ୍ଗ ଭଳି ଲାଗିଯାଉଛି। ଏହା ସମୂର୍ଣ୍ଣ ହାନିକାରକ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ।