ଅନୁଗୁଳରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଭାଲୁ ଉତ୍ପାତ କମାଇବାକୁ ପଦକ୍ଷପ ନେଉନି ବନବିଭାଗ

ଅନୁଗୁଳ,ଏନ୍ଏନ୍ଏସ୍: ରାଜ୍ୟରେ ଏବେ ହାତୀ ପରେ ପରେ ଭାଲୁ ଆତଙ୍କ ମଧ୍ୟ ବୃଦ୍ଧି ପାଇ ଚାଲିଛି। ଅନୁଗୁଳରେ ଏବେ ଭାଲୁ ଆକ୍ରମଣରେ ଜଣଙ୍କ ପରେ ଜଣେ ଆହାତ ହେଉଛନ୍ତି ମାତ୍ର ବନ ବିଭାଗ ଏ ଦିଗରେ ପଦକ୍ଷପ ନେଇନଥିବା ଅଭିଯୋଗ ହୋଇଛି।

ସୂଚନା ଅନୂସାରେ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କାଠପାଳ ଗ୍ରାମରେ ଭାଲୁ ଆକ୍ରମଣ କରିଛି। ଭାଲୁ ଆକ୍ରମଣରେ ଚାଷୀ ଗୁରୁତର ଭାବରେ ଆହତ ହୋଇଛନ୍ତି।

ଗୁରୁତର ଚାଷୀ ଜଣଙ୍କ ହେଲେ କାଠପାଳ ଗ୍ରାମର ବସନ୍ତ ମାଝୀ। ବସନ୍ତ ଆଜି ଦିନ ସମୟରେ ଘରପାଖ ବଗିଚାକୁ କାମକରିବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

ଏହାପରେ ବସନ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେବଳ ବସନ୍ତ ନୁହେଁ କିଛି ମାସ ହେବ ଏହି ଭଳି ଭାବରେ ଭାଲୁ ଆକ୍ରମଣର ଆଖପାଖରେ ବହୁ ଲୋକ ଶିକାର ହେଉଥିବା ଅଭିଯୋଗ ହୋଇଛି।