କାଲି ପୁନେରେ ମେଟ୍ରୋ ପ୍ରକଳ୍ପର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନେର ମେଟ୍ରୋ ରେଳ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିସହିତ ପୁନେରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଆଜି ସୂଚନା ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଛତ୍ରପତି ଶିବାଜୀ ମହାରାଜାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ଏହି ମୂର୍ତ୍ତି ନିର୍ମାଣରେ ୧୮୫୦ କେଜି ଗନ୍‌ମେଟାଲର ବ୍ୟବହାର ହୋଇଥିବା ବେଳେ ଏହାର ଉଚ୍ଚତା ୯.୫ ଫୁଟ ରହିଛି। ଏହାକୁ ପୁନେ ମହାନଗର ନିଗମ କାର୍ଯ୍ୟାଳୟରେ କାଲି ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ।