ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି ହୋଇଛି । ଟଙ୍କା ନେଇ ଗୋଟିଏ ଇଭେଣ୍ଟରେ ସାମିଲ ନ ହେବାକୁ ନେଇ ସୋନାକ୍ଷୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି । ସୋନାକ୍ଷୀ ଲଗାତାର ଭାବେ କୋର୍ଟରେ ହାଜର ହେଉନଥିବାରୁ ୟୁପି ମୁରାଦାବାଦର ଏସୀଜେଏମ-୪ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ମୁରାବାଦର ପ୍ରମୋଦ ଶର୍ମା ୨୦୧୮ରେ ସୋନାକ୍ଷୀ ସିହ୍ନାଙ୍କ ସମେତ ୫ଜଣଙ୍କ ବିରୁଦ୍ଧରେ ୩୬ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ କଟଘର ଥାନାରେ ଅଭିଯୋଗ କରିଥିଲେ । ସୋନାକ୍ଷୀଙ୍କୁ ତୁରନ୍ତ ଗିରଫ କରି ଏପ୍ରିଲ ୨୪ରେ କୋର୍ଟରେ ହାଜର କରିବାକୁ ପୁଲିସକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୨୪ରେ ହେବ ।