ବନ୍ୟଜନ୍ତୁ ସୁରକ୍ଷା ପାଇଁ ଜଙ୍ଗଲ ଓ ବିଦ୍ୟୁତ ବିଭାଗ ବୈଠକ

ଫୁଲବାଣୀ/ବାଲିଗୁଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା କୋଟଗଡର ବନବିଭାଗର ନର୍ସରୀରେ ବନବିଭାଗର ଆୟୋଜନରେ ବନ୍ୟଜନ୍ତୁ ଓ ହାତୀର ସୁରକ୍ଷା ପାଇଁ ବନବିଭାଗ ଓ ବିଦ୍ୟୁତ୍ ବିଭାଗର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ସାହୁ, କୋଟଗଡ ବନାଞ୍ଚଳ ଅଧିକାରୀ ସୁର୍ଯ୍ୟକାନ୍ତ ବେହେରା, ଟାଟା ଶକ୍ତି ବିଦ୍ୟୁତ୍ ବିଭାଗର ଟିମ୍‌ ଲିଡର ଛୋଟେ କୁମାର ଋଆ, କନିଷ୍ଠ ଯନ୍ତ୍ରୀ ତାରିଣୀ ସେନ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ ବୈଠକରେ ହାତୀ ତଥା ଅନ୍ୟ ବନ୍ୟଜନ୍ତୁ ବିଜୁଳି ଆଘାତରୁ ମୃତ୍ୟୁ କିମ୍ବା ସେମାନଙ୍କର କିଛି କ୍ଷତି ହେବ ନାହିଁ ଓ ବନ୍ୟଜନ୍ତୁ ସୁରକ୍ଷିତ କେମିତି ରହିବେ ସେ ଉପରେ ଆଲୋଚନା ହୋଇଥିଲା। କୌଣସି ଶିକାରୀ ବିଜୁଳି ତାରରୁ ହୁକ ପକାଇ ଜନ୍ତୁ ମାନଙ୍କୁ ମାରିବାର ପ୍ରୟାସ ବନ୍ଦ କରିବା ପାଇଁ ଓ ଜଙ୍ଗଲ ମଧ୍ୟରେ ବିଦ୍ୟୁତ ତାର ନଦେଇ କେବୁଲ ଯୋଗେ ବିଦ୍ୟୁତ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକୁ ତୁରନ୍ତ କରିବାକୁ ବିଦ୍ୟୁତ୍ ବିଭାଗ କହିଛନ୍ତି।

ହାତୀର ଗତିବିଧିକୁ ଲକ୍ଷ କରି ହାତୀର ସୁରକ୍ଷା ପାଇଁ ଲାସେରି ଜଙ୍ଗଲକୁ ଫୋକସରେ ରଖିଥିବା ବେଳେ ଏହି ଜଙ୍ଗଲରେ ଥିବା ଜଙ୍ଗଲ ବିଭାଗର ତୃଟିକୁ ଦୁଇରୁ ତିନି ମଧ୍ୟରେ ତୁରନ୍ତ ସମାନ କରିବାକୁ କହିଛନ୍ତି। ଏତଦ୍‌ବ୍ୟତୀତ ଗାଁ’କୁ ବିଜୁଳି ଦେବା ନାମରେ ଯେଉଁଭଳି ଜଙ୍ଗଲକୁ ବେଆଇନ ବାବରେ ନଷ୍ଟ କରାଯାଉଛି ତାକୁ ରୋକିବା ପାଇଁ ବିଦ୍ୟୁତ୍‌ ବିଭାଗକୁ କୁହାଯାଇଛି। ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ ସହଯୋଗ କରିବ ବୋଲି ଟିମ ଲିଡର କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବନ ବିଭାଗ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।