ମିଳିଲା ପାସପୋର୍ଟ, ବିଦେଶ ଯିବେ ଶାହରୁଖଙ୍କ ପୁଅ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କ୍ରୁଜ ଡ୍ରଗ୍ସ ମାମଲାର ଯାଞ୍ଚ ସମୟରେ ଆର୍ଯ୍ୟନଙ୍କ ପାସପୋର୍ଟ ଜବତ କରାଯାଇଥିଲା । ନିକଟରେ ପାସପୋର୍ଟ ଫେରସ୍ତ ପାଇଁ ଆର୍ଯ୍ୟନ ବିଶେଷ ଏନଡୀପିଏସ ଅଦାଲତରେ ଆବେଦନ କରିଥିଲେ । ଏହାର ଶୁଣାଣୀ କରି ଆର୍ଯ୍ୟନଙ୍କ ପାସପୋର୍ଟ ଫେରସ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କ୍ରୁଜ ଡ୍ରଗ୍ସ ମାମଲାରେ ଜାମିନ ସର୍ତ୍ତ ଅନୁସାରେ ଆର୍ଯ୍ୟନ ଖାନ ତାଙ୍କ ପାସପୋର୍ଟ ଜମା କରିଥିଲେ । ଉକ୍ତ ମାମଲାରେ ଏନସିବି ତରଫରୁ କ୍ଲିନ ଚିଟ ମିଳିବା ପରେ ଆର୍ଯ୍ୟନ ପାସପୋର୍ଟ ପାଇଁ ଆବେଦନ କରିଥିଲେ ।