ବେଦାନ୍ତ ଝାରସୁଗୁଡ଼ା ଦ୍ୱାରା ଫାଇଲେରିଆ ବିଲୋପ ସଚେତନତା ଅଭିଯାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭାରତର ସବର୍ବୃହତ ଆଲୁମିନିୟମ ଉତ୍ପାଦନ କରୁଥିବା ସଂସ୍ଥା ବେଦାନ୍ତ ଝାରସୁଗୁଡ଼ାରେ ଫାଇଲେରିଆ ରୋଗର ବିଲୋପ ଲାଗି ସଚେତନତା ଅଭିଯାନରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହ ହାତ ମଶାଇଛି। ଏଥିପାଇଁ ଫେବୃଆରୀ ୯ରୁ ୧୩ ପର୍ଯ୍ୟନ୍ତ କମ୍ପାନୀ ଦ୍ୱାରା ଜିଲ୍ଲାର ୮୦ଟି ଗ୍ରାମରେ ଏକ ସ୍ୱତନ୍ତ୍ର ରଥ ପରିକ୍ରମଣ କରାଯାଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲା ମେଡିକାଲ୍ (ଏଡିଏମ୍ଓ), ଜନସ୍ୱାସ୍ଥ୍ୟ ଅଧିକାରୀ (ପିଏଚଓ) ଏବଂ ଝାରସୁଗୁଡ଼ାର ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟାଳୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଡା. ଡୋଳାମଣି ପଟେଲ ଓ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଡିପିଏମ୍ ବୁଲୁନାଥ ସାହୁଙ୍କ ଉପସ୍ଥିତିରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହାବ୍ୟତୀତ ସୂଚନା ସାମଗ୍ରୀ ବଣ୍ଟନ କରାଯାଇଥିଲା ଏବଂ ସମ୍ପ୍ରଦାୟ ମଧ୍ୟରେ ଅଧିକ ସେଚତନତା ଓ ସୂଚନା ସଂରକ୍ଷଣ ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନରେ ଭିଜୁଆଲ୍ ଏଡ୍ ଲଗାଯାଇଥିଲା। କମ୍ପାନୀ ଏହାର ଟାଉନସିପରେ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀ ଏବଂ ପରିବାରବର୍ଗଙ୍କୁ ଔଷଧ ବଣ୍ଟନ କରିଥିଲା।