ଲଗାତାର ୨ ଦିନରେ ରାଜଧାନୀରୁ ୨ କରୋନା ପଜିଟିଭ ଚିହ୍ନଟ ରାଜ୍ୟ By Nitidin Last updated Feb 17, 2021 Share ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀରେ ଲଗାତାର ୨ ଦିନ ହେବ ୨ଜଣ ଲେଖାଏଁ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପଳାଶୁଣୀ ଓ ୟୁନିଟ -୮ରୁ ଜଣେ ଲେଖାଏଁ ରହିଛନ୍ତି। ଅନ୍ୟପଟେ ୧୦ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାର ୯୩୭ ହୋଇଥିବାବେଳେ ୩୧ ହଜାର ୫୭୦ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୯ ଜଣ ଚିକିତ୍ସିତ ହେଉଛନ୍ତି। Share