Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପଡିଆରେ ଟଳି ପଡିଲେ ଫୁଟବଲ ଖେଳାଳି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପଡିଆରେ ଟଳି ପଡିଲେ ଫୁଟବଲ ଖେଳାଳି

କଟକ,ଏନ୍ଏନ୍ଏସ୍: ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ଆନୁକୂଲ୍ୟରେ  ଚାଲିଥିବା ଲିଗ୍‌ରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ମ୍ୟାଚ ଚାଲିଥିବା ବେଳେ ଜଣେ ଫୁଟବଲ ଖେଳାଳି ପଡିଆମଝିରେ ଚେତାଶୂନ୍ୟ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ମେଡ଼ିକାଲକୁ ଅଣାଯାଇଥିଲା। ମେଡିକାଲରେଖେଳାଳିଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତ ଖେଳାଳି ଜଣକ ହେଉଛନ୍ତି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଖେଳୁଥିବା ଅଜୟ କୁମାର ନାୟକ (୪୭)

ସ୍ଥାନୀୟ ଦରଘାବଜାର ଅଞ୍ଚଳର ଅଜୟ ଶନିବାର ଫାଓ ଲିଗରେ ଖେଳୁଥିଲେ। ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ଲିଗ୍‌ ମ୍ୟାଚରେ ଏସ୍‌ବିଆଇ ଓ ସାଇ ମଧ୍ୟରେ ପ୍ରତିଯୋଗିତା ହେଉଥିଲା। ଏସ୍‌ବିଆଇ ପକ୍ଷରୁ ଫରୱାର୍ଡରେ ଅଜୟ ଦଳରେ ଖେଳୁଥିଲେ। ମ୍ୟାଚର ୨୭ ମିନିଟରେ ପହଞ୍ଚଥିବା ବେଳେ ସାଇ ଦଳ ୨-୦ ଗୋଲରେ ଆଗରେ ରହିଥିଲା। ହଠାତ ସେ ଅସୁସ୍ଥ ହୋଇ ଚେତା ହରାଇ ଥିଲେ। ଉପସ୍ଥିତ ଫାଓ କର୍ମକର୍ତ୍ତା ଓ ଖେଳ ପାଇଁ ଥିବା ମେଡିକାଲ ଦଳ ଅଜୟଙ୍କ ଅବସ୍ଥା ଗୁରୁତର ଥିବା ଅନୁମାନ କରି ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ ନେଇଯାଇଥିଲେ। ମେଡିକାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଫାଓ ପକ୍ଷରୁ ମୃତ ଅଜୟଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗରେ ପତ୍ନୀ, ଗୋଟିଏ ପୁଅ ଓ ଦୁଇ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୧– ୨ ସିଜନରୁ ୫ଥର ଲାଗି ସେ ସନ୍ତୋଷ ଟ୍ରଫିରେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ। ସେ ରାଇଜିଂ  ଷ୍ଟାର କ୍ଲବର ସଫଳ ଖେଳାଳି ଥିଲେ। ଏହି ଦଳ ସିକ୍କିମ୍ ଗଭର୍ଣ୍ଣର୍ସ ଗୋଲ୍ଡ କପ୍ ଜିତିଥିଲାବେଳେ ଅଜୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ଫାଓ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।