Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଜେଡି ସଦସ୍ୟତା ଅଭିଯାନ କମିଟିକୁ ଜିଲ୍ଲା ଦାୟିତ୍ୱ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଜେଡି ସଦସ୍ୟତା ଅଭିଯାନ କମିଟିକୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡିର ସଦସ୍ୟତା ଅଭିଯାନ ସେପ୍ଟେମ୍ବର ୨ ତାରିଖଠାରୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ଚୟନ କରିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ, ସଭାପତି, ନିର୍ବାଚନ ମଣ୍ଡଳୀର ସାଂସଦ ଓ ବିଧାୟକଙ୍କୁ ସଦସ୍ୟତା ଅଭିଯାନରେ ସହଯୋଗ କରିବା ପାଇଁ ସଦସ୍ୟତା ସଂଗ୍ରହ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ସଦସ୍ୟତା ଅଭିଯାନକୁ ଅନୁଧ୍ୟାନ କରୁଥିବା କମିଟର ସଦସ୍ୟମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି।

ସେମାନେ ଜିଲ୍ଲାର ସଦସ୍ୟତା ସଂଗ୍ରହ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ସହ ଜିଲ୍ଲା ସ୍ତରର ନେତାଙ୍କୁ ସହଯୋଗ କରିବେ। ବିଜେଡି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ, ସୋନପୁର ଓ ବଲାଙ୍ଗିର ଦାୟିତ୍ୱ ମିଳିଛି।

ସେହିଭଳି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ (ଢେଙ୍କାନାଳ, ଅନୁଗୁଳ, କଟକ), ମୁଖପାତ୍ର ପ୍ରତାପ କେଶରୀ ଦେବ(ନୁଆପଡ଼ା,କଳାହାଣ୍ଡି, ବୌଦ୍ଧ, କନ୍ଧମାଳ), ପ୍ରମିଳା ମଲ୍ଲିକଙ୍କୁ ( ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର), ସାଧାରଣ ସମ୍ପାଦକ ସଞ୍ଜୟ ଦାଶବର୍ମାଙ୍କୁ ( ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି), ସାଧାରଣ ସମ୍ପାଦକ ପ୍ରଦୀପ ପାଣୀଗ୍ରାହୀଙ୍କୁ (ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼), ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ (ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼) ଜିଲ୍ଲା ଦାୟିତ୍ୱ ମିଳିଛି।

ସୂଚନା ଅନୁଯାୟୀ ବର୍ତ୍ତମାନ ବିଜେଡିରେ ୪୭ ଲକ୍ଷ ସଦସ୍ୟ ରହିଥିବା ବେଳେ ଏହାକୁ କିପରି ବ୍ୟାପକ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ। ସବୁ ବର୍ଗର ଲୋକଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଦଳ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏଥର ଫୋକସ୍ରେ ଯୁବ ବର୍ଗଙ୍କୁ ରଖାଯାଇଛି।

ଅକ୍ଟୋବର ୨ ତାରିଖରୁ ଦଳ ପକ୍ଷରୁ ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ ବୋଲି ଦଳର ବରିଷ୍ଠ ନେତା କହିଛନ୍ତି।