୧୯ ବର୍ଷରୁ କମ୍ ଏସିଆ କପ୍: ପାକିସ୍ତାନକୁ ୬୦ ରନ୍‌ରେ ହରାଇଲା ଭାରତ

ମୋରାଟୁୱା(ଶ୍ରୀଲଙ୍କା),ଏଜେନ୍ସି: ଓପନର ଅର୍ଜୁନଆଜାଦ୍‌ଙ୍କ ୧୨୧ ଓ ତିଲକ ବର୍ମାଙ୍କ ୧୦ ରନ୍ ସହାୟତାରେ ଭାରତ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍ ଏସିଆ କପ୍କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ରେ ଏକ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬୦ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି  ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯୯ ୱିକେଟ୍‍ ହରାଇ ୩୫ ରନ୍ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ଅଧିନାୟକୱିକେଟ୍ କିପର ରୋହେଲ ନାଜିରଙ୍କ ୧୭ ରନ୍ ସହାୟତାରେ ୪୬.୪ ଓଭରରେ ୨୪୫ ରନ୍ ସଂଗ୍ରହ କରି ଅଲ୍ଆଉଟ୍ହୋଇଥିଲା।

ଭାରତ ପକ୍ଷରୁ ଅର୍ଥବ ଆଙ୍କୋଲେକର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ୩୦୬ରନ୍ର ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨୬ ରନ୍ରେ ଦୁଇ ଓପନର ହାଇଦର ଅଲି () ଓ ଅବଦୁଲବଙ୍ଗଲଜାଇ (୧୫ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସି ରୋହେଲ ନାଜିର ଦଳର ମଙ୍ଗ ସମ୍ଭାଳିଥିଲେ। ସେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିଥିଲେ। କିନ୍ତୁ ତାଙ୍କ ସହ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ବିରୁଦ୍ଧରେ ରନ୍ ସଂଗ୍ରହ କରିପାରିନଥିଲେ। ଫହାଦ ମୁନିର ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ। ଚତୁର୍ଥ ୱିକେଟ୍‍ର ହମ୍ମଦହାରିସ୍ ଓ ନାଜିର ପାକିସ୍ତାନ ମନରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ।

ନାଜିର ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ମହମ୍ମଦ ଆମିର ୧୨ ଓ ନସୀମ ଶାହ ୧୧ ରନ୍ କରିଥିଲେ। ଭାରତ ପକ୍ଷରୁଅର୍ଥବଙ୍କ ବ୍ୟତୀତ ବିଦ୍ୟାଧର ପାଟିଲ ଓ ସୁଶାନ୍ତ ମିଶ୍ର ୨ଟି ଲେଖାଏଁ ୱିକେଟ୍‍ ନେଇଥିଲେ। ପୂର୍ବରୁ ଭାରତୀୟ ଓପନର ଅର୍ଜୁନଆଜାଦ୍‍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଓପନିଂରେ ଭାରତ ୩୮ ରନ୍ କରିଥିବା ବେଳେ ସଭେଦ ପାର୍କର ୩୩ ରନ୍ କରି ଆଉଟ ହୋଇଥିଲେ। ଦ୍ୱିତୀୟ ୱିକେଟରେ ଅର୍ଜୁନ ଓ ତିଲକ ପାକ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ତିଲକ ଶତକ ହାସଲ କରି ଦଳୀୟ ସ୍କୋର ୨୨୧ ରନ୍‌ରେ ପାଭଲିୟନ୍‌ ଫେରିଥିଲେ। ଏହାର ୨୮ ରନ୍ ବ୍ୟବଧାନରେ ଅର୍ଜୁନ ଦ୍ରୁତ ୧୨୧ (୧୧୧ ବଲ, ୧୧ ଚୌକା ଓ ୪୪ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରନ୍ ହାର ବୃଦ୍ଧି କରିବାରେ ବିଫଳ ହୋଇଥିଲେ। ଶାଶ୍ୱତ ରାୱତ ୧୮ ରନ୍ କରିଥିଲେ। ଅଥର୍ବ ଅପରାଜିତ ୧୬ ରନ୍ କରି ଦଳୀୟ ସ୍କୋର ୩୦ ରନ୍ ପାର କରିଥିଲେ। ପାକିସ୍ତାନ ପକ୍ଷରୁ ନସୀମ ଶାହା ଓ ଆବାସ ଆଫ୍ରିଦି ୩ଟି ଲେଖାଏଁ ୱିକେଟ୍‍ ନେଇଥିଲେ।